ସାଙ୍ଗ ଜନ୍ମଦିନରେ ଯୁବକ ଏତେ ଜୋରରେ ଗୀତ ଗାଇଲେ ଯେ ପଞ୍ଚର ହୋଇଗଲା ଫୁସଫୁସ, ତାପରେ ହେଲା...

Published By : Prameya-News7 Bureau | December 18, 2021 IST

ନୂଆଦିଲ୍ଲୀ ୧୮/୧୨ : ମଣିଷ ଯେତେବେଳେ ଖୁସି ଥାଏ ସେ ବିଭିନ୍ନ ତରିକାରେ ନିଜ ଖୁସି ଜାହିର କରେ। କିଏ ଖୁସିରେ ନାଚି ଉଠେ ତ କିଏ ଆଉ କିଛି। ଚୀନରେ ରହୁଥିବା ଜଣେ ଯୁବକକୁ ନିଜ ସାଙ୍ଗ ଜନ୍ମଦିନରେ ଏମିତି ହିଁ ଖୁସି ହୋଇଥିଲା। ଯୁବକ ଜଣକ ଏତେ ଖୁସି ହୋଇଗଲେ ଯେ ତାଙ୍କ ଅବସ୍ଥା ସାଙ୍ଘାତିକ ହୋଇଗଲା। ଯୁବକ ନିଜ ସାଙ୍ଗର ଜନ୍ମଦିନରେ ଗୀତ ଗାଇବା ଆରମ୍ଭ କଲେ. ଗୀତର ସୁର ଏତେ ଉଚ୍ଚ ଥିଲା ଯେ ଗୀତ ଗାଇବା ବେଳେ ଯୁବକଙ୍କ ଫୁସଫୁସ ପଞ୍ଚର ହୋଇଗଲା।

Oddity Central ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଯୁବକ ଜଣକ ହେଲେ ବାଙ୍ଗ ଜୀ। ବାଙ୍ଗଙ୍କୁ ଗୀତର ଉଚ୍ଚ ସୁର ଧରିବା ମହଙ୍ଗା ପଡିଲା। ସେ ନିଜ ସାଙ୍ଗର ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ। ସେଠାରେ ସେ ଗୀତ ଗାଇବାକୁ ନିଷ୍ପତ୍ତି ନେଲେ। ସେ “New Drunken Concubine” ଗୀତ ଗାଇବାକୁ ବାଛିଲେ। ଏହି ଗୀତ ନିଜର ଉଚ୍ଚ ନୋଟ ଓ ପିଚ ପାଇଁ ଜଣାଶୁଣା। ବାଙ୍ଗ କରିୟୋକେରେ ଗୀତ ବାଛିଲେ। 

୨୫ ବର୍ଷୀୟ ବାଙ୍ଗ ପାର୍ଟିରେ ଗୀତ ଗାଇବା ଆରମ୍ଭ କଲେ। ଗୀତର ସୁର ଉଚ୍ଚ ଆସିବା ପରେ ସେ ଲଗାତାର ଲୟକୁ କ୍ୟାଚ କରିବାକୁ ଚେଷ୍ଟା କରିଥିଲେ। ଗାଇବା ସମୟରେ ତାଙ୍କୁ ହଠାତ ଛାତିରେ ଯନ୍ତ୍ରଣା ଅନୁଭୂତ ହେଲା। କୌଣସି ପ୍ରକାରେ ସେ ଗୀତ ଶେଷ କଲେ। ପାର୍ଟି ସାରି ସେ ଘରକୁ ଆସିଲେ. ରାତି ସାରା ଲଗାତାର ତାଙ୍କ ଛାତିରେ ଯନ୍ତ୍ରଣା ହେଲା। ସକାଳେ ଯନ୍ତ୍ରଣା ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସେ ହସ୍ପିଟାଲ ଗଲେ।

ଡାକ୍ତର ବାଙ୍ଗଙ୍କ ଛାତି ଏକ୍ସରେ କଲେ। ଏକ୍ସରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ। ଉଚ୍ଚ ସୁରରେ ଗୀତ ଗାଇବାରୁ ବାଙ୍ଗଙ୍କ ଫୁସଫୁସ ପଞ୍ଚର ହୋଇଯାଇଥିଲା। ପଞ୍ଚର ହେବା କାରଣରୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ମେଡିକାଲ ଟର୍ମରେ ଏହାକୁ pneumothorax କୁହାଯାଏ। ଏଥିରେ ଫୁସଫୁସ ଓ ଛାତି ମଧ୍ୟରେ ଏୟାର ବବଲ ଆସିଯାଏ। ରିପୋର୍ଟ ଦେଖିବା ପରେ ତୁରନ୍ତ ଯୁବକଙ୍କ ଚିକିତ୍ସା କରାଗଲା। ତାଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯାଇଛି। ମାମଲା ଲୋକଙ୍କୁ ଚକିତ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.