ଚାଷ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | August 12, 2023 IST

ବାଲିଗୁଡା : କନ୍ଧମାଳ ଜିଲ୍ଲା ରାଇକିଆରେ ଅଭାବନୀୟ ଘଟଣା । ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ ହୋଇଛି । ଚାଷ ଜମିରେ ଚାଷ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର । ମୃତ ଯୁବକ ହେଲେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ପଞ୍ଚାୟତ ବେଡାଗୁବା ଗାଁର ଅତୁଳ ଦିଗାଲ l ରାଇକିଆ ଥାନା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛି । ଏହାସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି l

You Can Read :

wp:embed {"url":"https://www.prameyanews7.com/crocodile-fear-in-kansabansa-river-of-balasore-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crocodile-fear-in-kansabansa-river-of-balasore-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.