ଭଦ୍ରକ ୦୪।୦୯ : ହୋଟେଲରେ ସାଙ୍ଗ ହୋଇ ରହିଥିଲେ ପ୍ରେମୀ ଯୁଗଳ । ହଠାତ୍ ରାତି ଅଧରେ ଆତ୍ମହତ୍ୟା କରିଦେଲେ ଯୁବକ । ଭଦ୍ରକ ଜିଲ୍ଲା ଟାଉନ୍ ଥାନା ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରୁ ଆସିଛି ଏମିତି ଆତ୍ମହତ୍ୟାର ଖବର ।
wp:embed {"url":"https://www.prameyanews7.com/wife-losses-life-after-husband-police-started-investigation/","type":"wp-embed","providerNameSlug":"prameya-news-7"}ଖବର ଅନୁଯାୟୀ, ଭଣ୍ଡାରିପୋଖରୀ ଥାନା ଅଧିନ ଜଳହରି ଗାଁର ଦେବରାଜ ସାମଲ ଜନୈକ ଯୁବତୀଙ୍କ ସହ ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲରେ ରହିଥିଲେ । ରାତିରେ କୌଣସି କାରଣକୁ ନେଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିଲେ । ହୋଟେଲ ମାଲିକ ଘଟଣା ସଂପର୍କରେ ଖବର ପାଇ ଯୁବକଙ୍କୁ ଭଦ୍ରକ ମେଡିକାଲକୁ ଆଣିବା ସହ ଟାଉନ ପୋଲିସକୁ ଜଣାଇଥିଲେ । ହେଲେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
wp:embed {"url":"https://www.prameyanews7.com/body-of-a-youth-found-from-7th-battalion-of-bhubaneswar/","type":"wp-embed","providerNameSlug":"prameya-news-7"}ସେପଟେ ଯୁବତୀଙ୍କୁ ଟାଉନ ପୋଲିସ ଛାଡିଯାଇଛି । କିନ୍ତୁ ଯୁବକଙ୍କ ପରିବାର ଲୋକେ ତାଙ୍କ ପୁଅକୁ ଯୁବତୀ ଜଣକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ଟାଉନ ପୋଲିସ ଘଟଣାକୁ ନେଇ ତଦନ୍ତ କରିଥିବା ବେଳେ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଘରର ଗୋଟିଏ ପୁଅ ହୋଇଥିବାରୁ ଘର ଏବେ ପୁତ୍ରଶୂନ୍ୟ ହୋଇଯାଇଛି ।
wp:embed {"url":"https://www.prameyanews7.com/dengue-spread-at-cuttack/","type":"wp-embed","providerNameSlug":"prameya-news-7"}