ଚଳନ୍ତା ଟ୍ରେନ୍ ଆଗରେ ଖସିପଡିଲେ ଯୁବକ, କଟିଗଲା ୨ ଗୋଡ

Published By : Prameya-News7 Bureau | December 16, 2020 IST


ଯାଜପୁର ରୋଡ୍ ୧୬।୧୨: କେନ୍ଦୁଝର ରୋଡ଼୍ ରେଳଷ୍ଟେସନରେ ଅଘଟଣ । ପ୍ଲାଟଫର୍ମରୁ ଖସିପଡି ଚଳନ୍ତା ଟ୍ରେନ୍ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ୨ ଗୋଡ କରାଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ଼୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣଙ୍କ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ତରୁଆଁ ଗ୍ରାମର ଅର୍ଜୁନ ଭଞ୍ଜ ବୋଲି ଜଣାପଡ଼ିଛି । ସେ ଜନ୍ମରୁ ମୁକ । ତେବେ ସେ କେଉଁ କାରଣରୁ ଏଠାକୁ ଆସିଥିଲେ । ସେନେଇ ରେଳବାଇ ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.