ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | August 16, 2022 IST

ଆନନ୍ଦପୁର ୧୬।୮: ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଜମ୍ବିରା ପଞ୍ଚାୟତ ଦଶରାପାଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ପ୍ରାୟ ୧୫ ଦିନ ତଳେ ସଂପୃକ୍ତା ଯୁବତୀ ଗାଁର ଚାରାମଣୀ ଖଣ୍ଡଇ ନାମକ ବୃଦ୍ଧାଙ୍କ ଘରେ ରହୁଥିଲେ । ଚାରାମଣି ନିଜ ଘରେ ଏକାକୀ ରହୁଥିଲେ । ସୋମବାର ଯୁବତୀ ଜଣକ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ କେଉଁ କାରଣକୁ କେନ୍ଦ୍ରକରି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ଘଟଣା ପଛରେ ଅନ୍ୟ କାରଣ ରହିଛି ତାହା ଜଣା ପଡିନାହିଁ । ଖବର ପାଇ ସୋସୋ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.