Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ ; ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି କଲା ହତ୍ୟା

6/06/2019 at 4:34 PM

କେନ୍ଦୁଝର ୬|୬: କେନ୍ଦୁଝରରେ ନିଶା ଶକ୍ତ ଯୁବକର ଉନ୍ମତ୍ତକାଣ୍ଡ । ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ହାଣି ବୀଭତ୍ସ ଭାବେ ହତ୍ୟା କଲା ଯୁବକ । ହତ୍ୟାକାରୀ ଯୁବକକୁ ଧରି ପୋଲିସର  ଜିମାଦେଲେ ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝରରେ ଆଜି ଦିନ ପ୍ରାୟ ୨ଟା ସମୟରେ ବାମେବାରୀ ଥାନା କାଶିଆ ଗାଁର ନାଏକ ସାହିର ଉଦ୍ଧବ ନାଏକ ପ୍ରଚୁର ନିଶା ସକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି ସେହି ଗାଁର ସମାର ନାଏକଙ୍କର ଘର ପାଖରେ ପହଞ୍ଚିଥିଲେ । ପ୍ରଥମେ ସମାର ନାଏକଙ୍କୁ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବରେ ହାଣି ପକାଇଥିଲା । ଫଳରେ ସମାରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ମାତ୍ର ଏତିକିରେ ଉଦ୍ଧବର ମନ ବୁଝି ନଥିଲା ।ସେ ସମାରଙ୍କ ସାନ ଭାଇ କର୍ମୁ ନାଏକଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଗାଁ ଲୋକେ କର୍ମୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।  ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଗାଁ ଲୋକେ ଉଦ୍ଧବଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ପୋଲିସ ଉଦ୍ଧବକୁ ଧରି ଝୁମ୍ପୁରା ଡାକ୍ତରଖାନା ଆଣିବା ବେଳେ ସେ ନିଶାଶକ୍ତ ଅବସ୍ଥାରେ ସମସ୍ତଙ୍କୁ ଆକ୍ରମଣ କରିବାକୁ ଗୋଡାଇଥିଲା । ଫଳରେ ତାକୁ ନିଶା ଔଷଧ ଦିଆଯାଇଥିଲା ।

ଗାଁ ଲୋକଙ୍କର କହିବା କଥା ଦୁଇ ପରିବାରଙ୍କ ମଧ୍ୟରେ ଜମି ଜମାକୁ ନେଇ ବିବାଦ ଥିଲା । ତେଣୁ ନିଶାଶକ୍ତ ଅବସ୍ଥାରେ ସେ ଏପରି କରିଥାଇପାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହଲେ ହତ୍ୟାକାରୀ ନିଶାସକ୍ତ ଅବସ୍ଥାରେ ଥିବାରୁ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ । 

   Related Posts