ଧାମନଗରରେ ଯୁବକଙ୍କୁ ପିଟିପିଟି ହତ୍ୟା : ପରକୀୟା ପ୍ରୀତି ଯୋଗୁଁ ହତ୍ୟା ସନ୍ଦେହ
26/01/2019 at 2:38 PM

ଭଦ୍ରକ ୨୬/୧ : ଭଦ୍ରକ ଜିଲ୍ଲା ଧାମନଗର ଥାନା ମହାନ୍ତି ସାହିରେ ଘଟିଛି ହତ୍ୟାକାଣ୍ଡ | ମୃତକ ହେଲେ ଭଦ୍ରକ ସହରାଞ୍ଚଳ ଥାନା ଆଚାର୍ଯ୍ୟ ନଗରର ପ୍ରଦୀପ୍ତ ନାୟକ | ହତ୍ୟାକାଣ୍ଡ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ | ପରକୀୟା ପ୍ରୀତି ପାଇଁ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି | ଧାମନଗର ମହାନ୍ତି ସାହି ବାସୁଦେବ ହିହୁଙ୍କ ଘରୁ ପ୍ରଦୀପ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି । ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି |

ପ୍ରଦୀପ୍ତଙ୍କ ମୃତଦେହ ପାଖରେ ଏକ ବୁଲେଟ ରହିଥିଲା | ବୁଲେଟକୁ ପୋଲିସ ଜବତ କରିଛି | ମୃତଦେହ ପାଖରେ ଏକ ବଡ ଲୁହାର ଶାବଳ ମଧ୍ୟ ରଖାଯାଇଥିଲା |

ସେହି ଶାବଳରେ ପ୍ରଦୀପ୍ତଙ୍କ ମୁଣ୍ଡକୁ ପିଟି ହତ୍ୟା କରାଯାଉଥିବା ସନ୍ଦେହ କରୁଛି ପୋଲିସ | ହାମରକୁ ମଧ୍ୟ ଜବତ କରିଛି ପୋଲିସ |