ଏକ ତରଫା ପ୍ରେମ : ଯୁକ୍ତ ତିନି ପଢୁଥିବା ଛାତ୍ରୀଙ୍କୁ ଛୁରୀମାରି ହତ୍ୟା କଲା ପାଗଳ ପ୍ରେମିକ

Published By : Prameya-News7 Bureau | March 15, 2019 IST

ବାଲେଶ୍ବର ୧୫|୩ (ବ୍ରହ୍ମ ରଥ ): ଏକତରଫା ପ୍ରେମର କରୁଣ ପରିଣତି । ଯୁବତୀଙ୍କୁ ଛୁରୀ ଭୁଷି ହତ୍ୟା କଲା ପ୍ରେମରେ ପାଗଳ ଯୁବକ । ଏଭଳି ଅଭାବନୀୟ କାଣ୍ଡ ଘଟିଛି ବାଲେଶ୍ବର ରେମୁଣ୍ଡା ବାଙ୍ଗରା ଗାଁରେ । ମୃତକ ହେଲେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ସୁପ୍ରିୟା ବେହେରା । ଘଟଣା ପରେ ଅଭିଯୁକ୍ତ ସୁଜନ ପୁଥାଳ ଫେରାର ହୋଇଯାଇଛି । ତେବେ ଅଭିଯୁକ୍ତର ମା ଏବଂ ୨ ଭାଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

{"id":93877}

ଯୁବତୀଙ୍କୁ ଏକତରଫା ପ୍ରେମ କଲା । ହେଲେ ଯୁବତୀ ରାଜି ନହେବାରୁ ପ୍ରତିଶୋଧ ନିଆଁରେ ଜଳିଲା । ଜୀବନ ନେବାକୁ ପଛାଇଲାନି । ବାଲେଶ୍ବର ରେମୁଣା ବାଙ୍ଗରା ଗାଁରେ ଯୁବତୀଙ୍କୁ  ଛୁରୀ ଭୁଷି ହତ୍ୟା । ମୃତକ ହେଲେ ରେମୁଣା କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ ସୁପ୍ରିୟା ବେହେରା । ସେ ପିଲାଙ୍କୁ ଟ୍ୟୁସନ କରି ନିଜ ପଢ଼ା ଖର୍ଚ୍ଚ ଉଠାନ୍ତି । ଗତକାଲି ସଂଧ୍ୟାରେ ଟ୍ୟୁସନ ସାରି ଫେରୁଥିଲେ ସୁପ୍ରିୟା । ଗାଁ ଛକ ନିକଟସ୍ଥ ଏକ ଅନ୍ଧାରିଆ ସ୍ଥାନରେ ତାଙ୍କ ସାଇକେଲ୍‌କୁ ଅଟାକାଇବା ସହ ଧକ୍କା ମାରି ତଳେ ପକାଇଦେଇଥିଲେ ଅଭିଯୁକ୍ତମାନେ । ପରେ ଅଭିଯୁକ୍ତ ସୁଜନ ଏବଂ ତାର କିଛି ସାଥୀ ବିଲ ମଧ୍ୟକୁ ଟେକି ନେଇଥିଲେ ।  ଆଉ ଆଜି ସୁପ୍ରିୟାଙ୍କ ରକ୍ତାକ୍ତ ମୃତ ଦେହ ଦେଖିବାକୁ ମିଳିଥିଲା ।

{"id":93878}

କିଛିଦିନ ହେବ ସୁପ୍ରିୟାକୁ ଏକ ତରଫା ପ୍ରେମ କରି ଆସୁଥିଲା ସୁଜନ । ତେବେ ସୁପ୍ରିୟାଙ୍କ ଘର ଲୋକେ ଅନ୍ୟ ସ୍ଥାନରେ ବିବାହ ପାଇଁ ଖୋଜାଖୋଜି କରୁଥିଲେ । ମୃତ ସୁପ୍ରିୟାଙ୍କ ହାତରେ ଏକ ଛୁରୀ ଥିବା ଦେଖିବାକୁ ମିଳିଛି । ଗଳାକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ପରେ ଅଭିଯୁକ୍ତ ସୁଜନ ଫେରାର । ତେବେ ତାର ମା ଏବଂ ୨ ଭାଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି  ।

{"id":93879}

ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଜନ କୁଆଡ଼େ ଗଲା ? କେବେ ଧରାପଡ଼ିବ ଜଘନ୍ୟ କାଣ୍ଡ ଭିଆଇଥିବା ସୁଜନ ?

{"id":93876}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.