ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ହତ୍ୟା କଲେ ସାଙ୍ଗ
Published By : Prameya-News7 Bureau | July 11, 2018 IST
ବୌଦ୍ଧ ଜିଲ୍ଲା ବଉଁସୁଣୀ ଥାନା ଗୋଚ୍ଛାପଡା ପଞ୍ଚାୟତ ମଲ୍ଲିକପଡା ଗାଁରେ ଘଟିଛି ହତ୍ୟାକାଣ୍ଡ | ସାମାନ୍ୟ ବଚସାକୁ ନେଇ ସାଙ୍ଗକୁ ହତ୍ୟା କଲେ ସାଙ୍ଗ | ମୃତକ ହେଲେ ସମିତ୍ରୀ ନାୟକ | ଗତକାଲି ବିଳମ୍ବିତ ରାତିରେ ସମିତ୍ରୀ ନାୟକ ଓ ତାଙ୍କ ୩ ଜଣ ସାଙ୍ଗ ମିଶି ଭୋଜି କରିଥିଲେ | କୌଣସି କାରଣରୁ ତାଙ୍କ ମଧ୍ୟରେ ବଚସା ହୋଇଥିଲା | ଏହାକୁ କେନ୍ଦ୍ର କରି ୩ ଜଣ ସାଙ୍ଗ ସମିତ୍ରଙ୍କୁ ସଂଘବଦ୍ଧ ଭାବେ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ | ଖବର ପାଇ ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି | ଏହା ସହ ୩ ଜଣ ସାଙ୍ଗକୁ ଅଟକ ରଖି ପଚରାଉଚୁରା କରୁଛି |