ପ୍ରଥମ ବିବାହବାର୍ଷିକୀ ପାଇଁ ସ୍ୱାମୀଙ୍କୁ ଅପେକ୍ଷା କରିଥିଲେ ପତ୍ନୀ: ଘରେ ପହଞ୍ଚିଥିଲା ସ୍ୱାମୀଙ୍କ ମୃତଦେହ

Published By : Prameya-News7 Bureau | December 16, 2020 IST

ଚଣ୍ଡୀଗଡ଼ ୧୬/୧୨ : ପଞ୍ଜାବ କପୁରଥାଲା ଜିଲ୍ଲାରେ ପ୍ରଥମ ବିବାହବାର୍ଷିକୀର ଦିନେ ପୂର୍ବରୁ ଯୁବକଙ୍କୁ ହତ୍ୟା କରିଦିଆଯାଇଛି। ପତ୍ନୀ ନିଜର ସ୍ୱାମୀଙ୍କୁ ଅପେକ୍ଷା କରି ବସିଥିଲେ କିନ୍ତୁ ଘରକୁ ଆସିଥିଲା ସ୍ୱାମୀଙ୍କ ଶବ। ସ୍ୱାମୀଙ୍କ ମୃତଦେହ ଦେଖି ପତ୍ନୀ ବେହୋସ ହୋଇ ପଡିଯାଇଥିଲେ। ଯେଉଁ ଘରେ କିଛି ସମୟରେ ଖୁସି ପାଳନ କରାଯାଇଥାନ୍ତା ସେହି ଘର ଶୋକର ଛାୟା ଖେଳିଗଲା। ସୋମବାର ରାତି ୯ଟା ରେ ଏକ ଢ଼ାବାରେ ଖାଇବା ସମୟରେ ସାମାନ୍ୟ ବିବାଦ ହୋଇଥିଲା। ବିବାଦ ପରେ ଯୁବକଙ୍କର ହତ୍ୟା କରାଯାଇଥିଲା।

ମୃତକ ହେଲେ ରବିନ୍ଦର କୁମାର। ତାଙ୍କ ଘର ସୁଲତାନପୁର ଲୋଧି ଅଞ୍ଚଳରେ। ମଙ୍ଗଳବାର ଦିନ ଯୁବକଙ୍କ ପ୍ରଥମ ବିବାହବାର୍ଷିକୀ ଥିଲା ଏବଂ ଏଥିପାଇଁ ଘରେ ଖୁସିର ମାହୋଲ ଥିଲା। ପ୍ରଥମ ବିବାହବାର୍ଷିକୀ ଉତ୍ସବ ପାଳନ ପାଇଁ ତାଙ୍କ ଘରେ ପ୍ରତୁଟି ଚାଲିଥିଲା।

ଥାନା ଆଇଓ ଏସଆଇ ହରଜିତ ସିଂହ କହିଛନ୍ତି ଯେ ସୋମବାର ରାତି ୯ଟା ରେ ରବିନ୍ଦର କୁମାର ନିଜ ବନ୍ଧୁ ହରକିରତ ସିଂହଙ୍କ ସହ କାନାଡିୟାନ ଢ଼ାବାକୁ ଖାଇବାକୁ ଯାଇଥିଲେ। ସେଠାରେ ସେ ହରପ୍ରିତ ସିଂହ ଓ ତାଙ୍କ ଭାଇ ଯଶପାଳ ସିଂହ ନିଜ ଶଳା ଓଁକାର ସିଂହଙ୍କ ସହ ଖାଉଥିଲେ। ଏମାନଙ୍କ ମଧ୍ୟରେ ମାମୁଲି କଥାକୁ ନେଇ ବଚସା ହେଇଥିଲା।

ପୋଲିସ ସୂଚନା ଅନୁଯାୟୀ ଯଶପାଳ ଓ ତାଙ୍କ ଭାଇ ସହ ରବିନ୍ଦର କୁମାରଙ୍କ ପୁରୁଣା ଶତ୍ରୁତା ଥିଲା। ସେଥିପାଇଁ ଢ଼ାବାରେ ମଧ୍ୟ ବଚସା ହୋଇଥିଲା। ହରପ୍ରିତ ଓ ତାଙ୍କ ସାଥି ରବିନ୍ଦର କୁମାରଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ରବିନ୍ଦର କୁମାର ଢ଼ାବାରୁ ବାହାରି ଆସିଥିଲେ। ବିବାଦ ଏତେ ବଢିଯାଇଥିଲା ଯେ ହରପ୍ରିତ ସିଂହ ରବିନ୍ଦର କୁମାରଙ୍କ ଉପରେ ଗାଡି ଚଢାଇ ଦେଇଥିଲେ। ଫଳରେ ରବିନ୍ଦର କୁମାରଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ଫେରାର ହୋଇଯାଇଥିଲେ। ରବିନ୍ଦର କୁମାରଙ୍କ ଭାଇ ୩ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିଛନ୍ତି। ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରାଯାଇଛି ଓ ଫେରାର ଥିବା ଆଉଜଣଙ୍କୁ ପୋଲିସ ଖୋଜୁଛି। ପୋଲିସ ଅଭିଯୁକ୍ତଙ୍କ କାର ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.