ଦୀର୍ଘ ୧୧ ବର୍ଷ ପରେ ବାପାର ହତ୍ୟାକାରୀକୁ ମାରି ପ୍ରତିଶୋଧ ନେଲା ପୁଅ
13/03/2019 at 8:06 AM

ରେଢାଖୋଲ ୧୩|୩ : ବାପାର ହତ୍ୟାକାରୀକୁ ମାରି ପ୍ରତିଶୋଧ ନେଲା ପୁଅ । ବାପାର ହତ୍ୟାକାରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା କେଉଟବେରେଣା ଗାଁରେ । ମୃତକ ହେଲେ ବନମାଳୀ ରାଉତ ।

ସୂଚନାଯୋଗ୍ୟ ଯେ, ୨୦୦୮ରେ ମୋଚି ସାହୁଙ୍କ ବାପାକୁ ହତ୍ୟା କରିଥିଲା ବନମାଳୀ ରାଉତ । ଦୀର୍ଘ ୧୨ବର୍ଷ ପରେ ଅର୍ଥାତ୍ ଗତ ୭ ତାରିଖରେ ବନମାଳୀ ରାଉତଙ୍କୁ ହତ୍ୟା କରିଥିଲା ମୋଚି ସାହୁ । ହତ୍ୟା କରିବା ପରେ ମୋଚି ଫେରାର ହୋଇଯାଇଥିଲା । ତେବେ ପୋଲିସ ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତ ମୋଚି ସାହୁଙ୍କୁ ଗିରଫ କରିଛି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023