ବ୍ରହ୍ମପୁରରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଅପହରଣ : ମୋଟର ସାଇକେଲରେ ଆସି ଟେକିନେଲେ
10/06/2019 at 4:04 PM

ବ୍ରହ୍ମପୁର ୧୦/୬ : ବ୍ରହ୍ମପୁରରେ ଅପରାଧ । ସହରର ଟାଟାବେଞ୍ଚ ଛକ ନିକଟରେ ଜଣେ ଯୁବକକୁ ଅପହରଣ କରିଥିବା ଜଣାପଡିଛି । ୧୦ ରୁ ଊର୍ଦ୍ଧ୍ବ ଯୁବକ ତିନୋଟି ମୋଟର ସାଇକେଲରେ ଆସି ଜଣେ ଯୁବକର ସାର୍ଟ କଲର୍ ଧରି ତାଙ୍କୁ ଡ ଧମକ କରିବା ସହ ଅପହରଣ କରିନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବକଙ୍କ ଏଭଳି କାଣ୍ଡ ପୁଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ କାହିଁକି କଣ ପାଇଁ ଦୁର୍ବୁତ୍ତମାନେ ଏଭଳି ଘଟାଇଲେ ତାହାର କାରଣ ଜଣାପଡିନାହିଁ । ଅପହରଣ କରାଯାଇଥିବା ଯୁବକର ପରିଚୟ ମଧ୍ୟ ମିଳିନାହିଁ । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023