ଏମ୍ସ ଛାତରୁ ଡେଇଁ ଯୁବକଙ୍କ ମୃତ୍ୟୁ : କାରଣ ଅସ୍ପଷ୍ଟ
20/01/2019 at 9:03 AM

ଭୁବନେଶ୍ୱର ୨୦/୧ : ଭୁବନେଶ୍ବର ଏମ୍ସ ଛାତରୁ ଡେଇଁ ଯୁବତଙ୍କ ଆତ୍ମହତ୍ୟା । ମୃତ ଯୁବକ ଖୋର୍ଦ୍ଧା ଜକରା ଗାଁର ସତ୍ୟଜିତ ମହାନ୍ତି ବୋଲି ଜଣାପଡିଛି । ୨ ଦିନ ପୂର୍ବରୁ ସେ ପାରିବାରିକ ଗଣ୍ଡଗୋଳ ଯୋଗୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଏମ୍ସରେ ଭର୍ତ୍ତି କରିଥିଲେ । ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା | ଏମ୍ସ ୬ ମହଲା ଛାତ ଝରକାରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ଗତକାଲି ରାତି ପ୍ରାୟ ୧୨ଟାରୁ ଗୋଟାଏ ଭିତରେ ଏ ଘଟଣା ଘଟିଛି | ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ସେ ଝରକାରୁ କେମିତି କାଚ ଭାଙ୍ଗି ପଡିଲେ ତାହା ସ୍ପଷ୍ଟ ହୋଇନାହିଁ | ଏପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023