ଅଧା ରହିଲା ବିବାହ ସ୍ୱପ୍ନ; ହାତକାଟି ପ୍ରେମିକ ଘର ବାରଣ୍ଡାରେ ପ୍ରେମିକାର ପ୍ରତିବାଦ

Published By : Prameya-News7 Bureau | December 28, 2022 IST

ଭଞ୍ଜନଗର ୨୮/୧୨: ପ୍ରେମିକଙ୍କ ଘର ଆଗେ ବ୍ଲେଡ୍‌ରେ ହାତକାଟିଲେ ଯୁବତୀ। ରକ୍ତାକ୍ତ ଅବସ୍ଥାରେ ପ୍ରେମିକର ଘର ପିଣ୍ଡାରେ ପଡ଼ିରହିଛନ୍ତି ଟିନାରାଣି ସାହୁ। ଦୁଷ୍ମନ୍ତ ନାମକ ଯୁବକଙ୍କୁ ରାନୀ ଦିର୍ଘ ୩ ବର୍ଷ ହେଲା ଭଲ ପାଉଥିଲେ। ଦୁଷ୍ମନ୍ତ  ରାନୀଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହିତ ସମ୍ପର୍କରେ ଥିଲେ। କିନ୍ତୁ ସେ ଏବେ ଫେରାର ହୋଇଯାଇଛନ୍ତି।ଏପଟେ ରାନୀ ଆହତ ଅବସ୍ଥାରେ ଏକୁଟିଆ ଶୀତକାକର  ରାତିରେ ପଡ଼ିରହିଛନ୍ତି। ଗାଁଲୋକ, ସ୍ଥାନୀୟ ସରପଞ୍ଚ ଓ ପୋଲିସ ଏବେ ରାଣୀର ଦେଖାଶୁଣା କରୁଛନ୍ତି।    

କେବଳ ଏତିକି ନୁହେଁ ଦୁଷ୍ମନ୍ତ ଟିନାଙ୍କୁ ବିବାହ ପ୍ରତିଶୃତି ଦେଇ ବାରମ୍ୱାର ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି। ଏପରି ଦୁହିଁଙ୍କ ଭିତରେ ସମ୍ପର୍କ ନିବିଡ଼ ହୋଇଥିଲା। ଟିନା ଦୁଷ୍ମନ୍ତଙ୍କ  ପାଖ ସମ୍ପର୍କୀୟ ହୋଇଥିବାରୁ ବିବାହ ନିଶ୍ଚିତ ହେବ ବୋଲି  ଯୁବତୀ ଭାବିଥିଲେ। ଦୁହିଁଙ୍କ ମଧ୍ୟରେ ଅନେକ ଅନ୍ତରଙ୍ଗମୁହୂର୍ତ୍ତ ଫୋଟ ଭିଡିଓ ଉତ୍ତାଳନ ହୋଇଛି।

ଟିନା ଦୁଷ୍ମନ୍ତଙ୍କୁ  ବାହାଘର ପାଇଁ ବାଧ୍ୟ କରିବାରୁ ଦୁଷ୍ମନ୍ତ ଫେରାର ହୋଇଯାଇଛି ଟିନା ଅଭିଯୋଗ କରିଛି।  ଟିନାକୁ  ନ୍ୟାୟ ଯୋଗାଇ ଦେବାପାଇଁ  ସମାଜସେବୀ ପ୍ରମିଳା ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜାମ ଆରକ୍ଷି ଅଧିକ୍ଷକଙ୍କୁ ଜଣାଇଛନ୍ତି। ଟିନାଙ୍କୁ ସୁରକ୍ଷା ସହିତ ତାର ଅଧିକାର ଯୋଗାଇ ଦେବାକୁ ସେ ଟିନା ସହିତ ରହିବେ ବୋଲି  ପ୍ରମିଳା ତ୍ରିପାଠୀ ପ୍ରତିଶୃତି ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.