କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ !

Published By : Prameya-News7 Bureau | May 21, 2024 IST

ମୁନିଗୁଡା ୨୧।୫: କୁକୁର କାମୁଡିବା ପରେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରେ । 

ସୂଚନାଯୋଗ୍ୟ ଯେ, ରତନଗୁଡା ଗ୍ରାମର ଜଣେ ଯୁବକଙ୍କୁ ଗତ ୪ ଦିନ ପୂର୍ବେ ଏକ ବୁଲା କୁକୁର କାମୁଡିଦେବା ପରେ ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଆଣି କୁକୁର କାମୁଡା ଇଞ୍ଜେକସନ ଦେବା ସହ ଚିକିତ୍ସା କରି ଘରକୁ ନେଇଥିଲେ ପରିବାର ଲୋକେ । ହେଲେ ଏବେ ସେହି ଯୁବକ ଜଣକ କୁକୁର ଭଳି ଆଚରଣ ଦେଖାଉଥିବା ଦେଖିବାକୁ ମିଳିଛି । ତେଣୁ ପରିବାର ଲୋକେ ପୁଣି ସେହି ଯୁବକଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ପାଇଁ ପରାମର୍ଶ ଦେଇଥିବା ବେଳେ ପରିବାର ଲୋକେ ଦେଶୀ ପଦ୍ଧତିରେ ଚିକିତ୍ସା କରାଇବା ପାଇଁ ଜିଦ୍ ଧରି ବସିଥିଲେ । ଡାକ୍ତରୀ ଟିମ୍ ଓ ସ୍ଥାନୀୟ ଲୋକେ ବହୁ ବୁଝାବୁଝି କରି ନାକେଦମ୍ ହୋଇଯାଇଥିଲେ । ଶେଷରେ ବାଧ୍ୟ ହୋଇ ଦୀର୍ଘ ସମୟ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । 

ତେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଆଜି ବି ଚେରମୂଳି ଓ ଗୁଣି ଗାରେଡିକୁ ଅଧିକ ବିଶ୍ବାସ କରି ଅଧିକାଂଶ ସମୟରେ ଜୀବନକୁ ବାଜିରେ ଲାଗୁଛି । ଅନ୍ୟପଟେ ଡାକ୍ତରଙ୍କ କହିବା ଅନୁସାରେ ଏଭଳି ଲକ୍ଷଣ କୁକୁର କାମୁଡା ରୋଗୀଙ୍କ ପାଖରେ ଦେଖାଦିଏ ।


You Can Read :

ବାତ୍ୟା ଆଶଙ୍କା ଟଳିଯିବ ! ଅବପାତ ହୋଇ ମିଆଁମାର ଆଡ଼କୁ ଯିବ ବୋଲି ପୂର୍ବାନୁମାନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.