କରଞ୍ଜିଆ ୦୧।୧୦ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ବାଲିପୋଷି ଗାଁରେ ଅଘଟଣ । ହାତୀକୁ ଘଉଡାଇବାକୁ ଯାଇ ଯୁବକ ଗୁରୁତର । ହାତୀ ଆକ୍ରମଣରେ ଗୁରୁତର ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
wp:embed {"url":"https://www.prameyanews7.com/12-elephant-in-boudh-tel-river/","type":"wp-embed","providerNameSlug":"prameya-news-7"}ଖବର ଅନୁଯାୟୀ, ୨୨ଟିକିଆ ଝାଡଖଣ୍ଡି ହାତୀପଲ ଶନିବାର ବିଳମ୍ବିତ ରାତିରେ ବାଲିପୋଷି ଢିପାସାହିରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରୁଥିଲେ । ଏହା ସମୟରେ ହାତୀକୁ ଘଉଡାଇବାକୁ ଯାଇଥିଲେ ଯୁଆଳିକଟା ଗାଁ ସାଧୁଚରଣ ଲାଗୁନ । କିନ୍ତୁ ସେ ହାତୀ ଆକ୍ରମଣେର ଗୁରୁତର ହୋଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରିଛି ବନବିଭାଗ ।
wp:embed {"url":"https://www.prameyanews7.com/grop-of-elephant-fear-at-bhuban/","type":"wp-embed","providerNameSlug":"prameya-news-7"}ସେପଟେ ହାତୀପଲଙ୍କୁ ଘଉଡାବାକୁ ନାକେଦମ୍ ହେଲାଣି ବନବିଭାଗ । ଏବେବି ହାତୀପଲ ଟିକରପଡ଼ା ଗ୍ରାମ୍ୟ ଜଙ୍ଗଲରେ ରହିଥିବା ସୂଚନା ଦେଇଛି ବନବିଭାଗ ।
wp:embed {"url":"https://www.prameyanews7.com/monthly-horoscope-of-october-2023/","type":"wp-embed","providerNameSlug":"prameya-news-7"}