ବାର୍ ସମ୍ମୁଖରେ ଗଣ୍ଡଗୋଳ, ଅନ୍ୟ ଗୋଷ୍ଠୀର ଆକ୍ରମଣରେ ଯୁବକ ଲହୁଲୁହାଣ
15/11/2023 at 8:53 AM

ବାରଙ୍ଗ ୧୫।୧୧ : ବାର୍ ସମ୍ମୁଖରେ ଗଣ୍ଡଗୋଳ । ଯୁବକଙ୍କ ଆକ୍ରମଣରେ ଅନ୍ୟ ଜଣେ ଯୁବକ ଲହୁଲୁହାଣ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ଇନ୍ଫୋସିଟି ଥାନା ମାଗ୍ନେଟ୍ ଛକ ନିକଟରେ ଥିବା ଏକ ବାର୍ ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ଯେଉଁଥିରେ ଜଣେ ଯୁବକଙ୍କୁ କିଛି ଯୁବକ ସଂଘବଧ ଭାବେ ଆକ୍ରମଣ କରିଥିଲେ । ଫଳରେ ଯୁବକ ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲେ । ସେପଟେ ପୋଲିସ ଘଟଣାସଂପର୍କରେ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଗୁରୁତର ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ଇନ୍ଫୋସିଟି ଥାନା ପୋଲିସ ।