ବରଗଡ ୧୦।୧୦: ଜାତୀୟ ରାଜପଥ ଉପରେ ଗୁଳିମାଡ । ଗୁଳିମାଡରେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଝିର ସଚିନ ଅଗ୍ରଓ୍ବାଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
{"id":168303}ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିର ସଚିନ ଅଗ୍ରୱାଲ ନାମକ ଜଣେ ଯୁବକ ବରଗଡ ଆଡକୁ ଆସୁଥିବା ବେଳେ ଗୁଳିମାଡ ହୋଇଛି । ଗୁଳିମାଡରେ ସଚିନ ଅଗ୍ରୱାଲ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବରଗଡ ଅଣାଯାଇଥିଲା । ସଚିନଙ୍କ ପାପୁଲିରେ ଗୋଟିଏ ଗୁଳି ବାଜିଥିବା ବେଳେ ଅନ୍ୟ ଏକ ଗୁଳି ତାଙ୍କ ଜଙ୍ଘରେ ବାଜିଛି ।
{"id":168304}ଘଟଣାସ୍ଥଳରେ ବରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସଚିନ ଏକ ବାଇକ୍ ଯୋଗେ ଆସୁଥିବା ବେଳେ ଏକ ନିଛାଟିଆ ସ୍ଥାନରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।