ପାଟକୁରା ଥାନା ନଗରୀପଡା ଛକରେ ଯୁବକଙ୍କୁ ଛୁରା ମାଡ ; ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ

Published By : Prameya-News7 Bureau | November 09, 2018 IST

କେନ୍ଦ୍ରାପଡ଼ା ୯|୧୧:  ଯୁବକଙ୍କୁ ଛୁରା ମାଡ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ନଗରୀପଡା ଛକ ଠାରେ ଯୁବଙ୍କୁ ଛୁରା ମାଡ ହୋଇଛି । ଯୁବକଙ୍କ ବେକ, ଗାଲ ଓ ଡାହାଣ କାନ୍ଧରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ଗୁରୁତର ଯୁବକ ଜଣଙ୍କ ନଗରୀପଡା ଗାଁ ର ତାପସ ବରାଳ ବୋଲି ଜଣା ପଡିଛି | ପ୍ରବଳ ରକ୍ତ ସ୍ରାବ ଯୋଗୁ ଅଚେତ ହୋଇ ପଡିଥିବା ତାପସକୁ ପ୍ରଥମେ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି | ଗୁରବାର ତାପସ ଘରକୁ ଫେରୁଥିବାବେଳେ ନଗରୀପଡା ଛକ ଠାରେ କିଛି ଯୁବକ ତାଙ୍କୁ ଅଟକାଇଥିଲେ ।କୌଣସି କଥାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ଚାଞ୍ଚଳ ଗାଁର ଯୁବକ ମାନେ ତାପସଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ | ତେବେ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରାଯାଉଛି | ଘଟଣା ସ୍ଥଳରେ ପାଟକୁରା ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.