scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ; କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ

7/03/2019 at 10:11 AM

ରାଜନଗର ୭|୩ : ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରାଜପୁର ଗାଁରେ ଏହି ଘଟଣା ଘଟିଛି । ଗୁରୁତର ହେଲେ ରାଜପୁର ଗାଁର ଭାଗବତ ରାଉତ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ବ୍ରାହ୍ମଣୀ ନଦୀ ତୁଠରେ ଭାଗବତ ଗାଧୋଇବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା ।ବାଥିଂଘାଟରେ ତାର ଜାଲି ଛିଡି ଯାଇଥିବାରୁ ସେଥିରେ କୁମ୍ଭୀର ପଶି ଯାଇଥିଲା । ପରେ ନିଜେ ସାହସ ଜୁଟାଇ କୁମ୍ଭୀର ମୁହଁରୁ ଖସି ଆସିଥିଲେ ଯୁବକ ।

   Related Posts