Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆକ୍ରମଣ କରିବାକୁ ଯାଇ ହାତରେ ଫୁଟିଗଲା ବୋମା, ଯୁବକ ଗୁରୁତର

15/06/2019 at 11:13 AM

ଦିଗପହଣ୍ଡି ୧୫|୬: ହାତରେ ବୋମା ଫୁଟି ଯୁବକ ଗୁରୁତର ହୋଇଛନ୍ତି । ସାମାନ୍ୟ ଗଣ୍ଡଗୋଳରୁ ସରପଞ୍ଚକୁ ଆକ୍ରମଣ କରିବାକୁ ଯାଇ ଯୁବକଙ୍କ ହାତରେ ବୋମା ଫୁଟିଗଲା । ଘଟଣା ଘଟିଛି ଦିଗପହଣ୍ଡି ଥାନା ବନ୍ଥାପଲ୍ଲୀ ଅଞ୍ଚଳରେ । ବୋମା ଫୁଟି ଚେରୁ ଗଉଡ ଆହତ ହୋଇଛନ୍ତି ।

ଗତକାଲି ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ ଗତକାଲି ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ଚେରୁ ଗଉଡଙ୍କ ସହ ମଦ ପିଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଚେରୁ ଗଉଡ ଉତକ୍ଷୀପ୍ତ ହୋଇ  ସରପଞ୍ଚ ଙ୍କୁ ଆକ୍ରମଣ କରିବା ପାଇଁ ବୋମା ଧରି ଆସିଥିଲା । ହେଲେ ସରପଞ୍ଚ ପ୍ରଶାନ୍ତ ଚେରୁକୁ ଦେଖି ଧାଇଁ ଥିଲେ ।

ଖବର ପାଇ ଗାଁ ଲୋକେ ଡେଙ୍ଗା ବାଡ଼ି ଧରି ଚେରୁକୁ ଗୋଡ଼ାଇ ଥିଲେ । ଚେରୁ ମଦ୍ୟପାନ କରିଥିବାରୁ ଧାଇଁ ଧାଇଁ ଯାଇ ରାସ୍ତା କଡରେ ଥିବା ଏକ ଖାଲରେ ପଡି ଯାଇଥିଲା । ଏହି ସମୟରେ ଚେରୁ ଧରିଥିବା ବୋମା ତା ହାତରେ ଫୁଟି ଯାଇଥିଲା । ଫଳରେ ଚେରୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛି । ଦିଗପହଣ୍ଡି ଥାନା ପୋଲିସ ଘଟଚଣାର ତଦନ୍ତ କରୁଛି ।

   Related Posts