ମାଥିଲି ୧୧।୬: ଜଙ୍ଗଲକୁ ଶିକାର କରିବାକୁ ଯାଇ ତୀର ମାଡ ଖାଇଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମହୁପଦର ଅଂଚଳରେ ।
ସୂଚନାଯୋଗ୍ୟ ଯେ, ମହୁପଦର ନିକଟସ୍ଥ ଗୋଲିଆଗୁଡା ଗ୍ରାମ ତଥା ଆଖପାଖ ଅଂଚଳର କିଛି ଯୁବକ ଚୈତ୍ର ପର୍ବର ସମାପ୍ତି ଉପଲକ୍ଷେ ଶିକାର କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ଏକ ହରିଣକୁ ଲକ୍ଷ୍ୟ କରି ତୀର ମାରିବା ବେଳେ ହରିଣ ବଦଳରେ ଏକ ପଥରରେ ତୀରଟି ବାଜିଥିଲା । ବିପରୀତ ଦିଗରେ ଥିବା ଜଣେ ଯୁବକ ମଙ୍ଗରାଜ ଦୁରୁଆଙ୍କୁ ବାଜିଥିଲା ଓ ତାଙ୍କ ଦେହରେ ତୀରଟି ଲାଖି ରହିଥିଲା । ମଙ୍ଗରାଜ ଘଟଣାସ୍ଥଳରେ ଗୁରୁତର ହେବାରୁ ତାଙ୍କୁ ମାଥିଲି ଡାକ୍ତରଖାନାକୁ ଅଣାଯାଇଥିଲା ତେବେ ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅସ୍ତ୍ରୋପଚାର କରି ମଙ୍ଗରାଜଙ୍କ ଶରୀରରୁ ତୀରଟିକୁ ବାହାର କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି ।
You Can Read :
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ, ନବୀନ ନିବାସରେ ଭେଟିଲା ବିଜେପି ଟିମ୍