ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗରେ ଯୁବକ ଅଟକ

Published By : Prameya-News7 Bureau | February 10, 2021 IST

ଜଳେଶ୍ବର ୧୦।୨: ଚାନ୍ଦା ଆଦାୟ କରୁଥିବା ବେଳେ ଜଳେଶ୍ବର ପୋଲିସ ଦ୍ଵାରା ଜଣେ ଯୁବକ ଥାନାରେ ଅଟକ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ସ୍ଥିତ ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜାଠାରେ ଟ୍ରକରୁ ଚାନ୍ଦା ଆଦାୟ ଅଭିଯୋଗରେ ଅଟକ ରଖିଛି ପୋଲିସ । ଯୁବକ ଜଣକ ହେଲେ ଜଗବନ୍ଧୁ ପାତ୍ର । 

{"id":406462,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଲକ୍ଷ୍ମଣନାଥ ଟୋଲ୍ ପ୍ଲାଜାଠାରେ ପ୍ରତ୍ୟେକ ଦିନ ଶହ ଶହ ଅସାମାଜିକ ଯୁବକ ନିଜକୁ ଆରଟିଓ କହି ଗାଡି ମଟରକୁ ଅଟକାଇ ଖୁଲମଖୁଲା ଚାନ୍ଦା ଆଦାୟ କରୁଥିବା ବେଳେ ପୋଲିସ କିମ୍ବା ରାଜପଥ କର୍ତ୍ତୃପକ୍ଷଙ୍କ ନଜର ପଡୁନାହିଁ ।  ତେବେ ଜଳେଶ୍ବର ପୋଲିସ କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ସନ୍ଧ୍ୟାରେ ଟୋଲ୍ ପ୍ଲାଜା  ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିଲା ନିଜକୁ ଆରଟିଓ କହି ଟ୍ରକରୁ ଚାନ୍ଦା ଆଦାୟ କରୁଥିବା  ଜଣେ ଯୁବକକୁ ଧରି ଥାନାରେ ଅଟକ ରଖିଛି ।  ଯୁବକ ଜଣଙ୍କ ହେଲେ ଜଳେଶ୍ବର ବ୍ଲକ ଲେଙ୍ଗୁଡ ସାହି ଗ୍ରାମର ଜଗବନ୍ଧୁ ପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.