ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ ମାରି ଯୁବକ ଅଟକ

Published By : Prameya-News7 Bureau | June 30, 2022 IST

ବାସୁଦେବପୁର ୩୦।୬: ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନାରେ ବୁଧବାର ମଧ୍ୟ ରାତ୍ରରେ ଜଣେ ଯୁବକ ଡାକ୍ତରଙ୍କୁ ମାଡ ମାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରାହ୍ମଣୀ ଗାଁ ଅଂଚଳର ଅଶୋକ ପାଣିଗ୍ରାହୀଙ୍କ ପୁଅ ଧ୍ରୁବ ବୁଧବାର ରାତିରେ ଭଉଣୀର ରକ୍ତଚାପ ବଢିଯିବାରୁ ରାତି ପ୍ରାୟ ଅଢେଇଟା ସମୟରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟୟରେ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ ।

ଡାକ୍ତରଖାନାରେ ଡାକ୍ତର ଅମରେନ୍ଦ୍ର ଜାନା ଶୋଇଥିବା ସମୟରେ ଧ୍ରୁବ ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ନିଦରୁ ଉଠି ଆସି ରୋଗୀଙ୍କ ରକ୍ତଚାପ ମାପୁଥିବା ସମୟରେ ହଠାତ ଧ୍ରୁବ ଡାକ୍ତରଙ୍କୁ ମାଡ ମାରିଥିଲେ । ଫଳରେ ଡାକ୍ତରଙ୍କ କାନରୁ ରକ୍ତ ବାହାରିବାରୁ ସ୍ଥାନୀୟ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ଥାନାକୁ ଖବର କରି ଯୁବକକୁ ପୋଲିସର ଜିମା ଦେଇଥିଲେ । ପରେ ଡାକ୍ତର ଜଣଙ୍କର ମେଡିକାଲରେ ଚିକିତ୍ସା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.