AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ସ୍ତ୍ରୀ ଓ ଦୁଇ ପିଲାଙ୍କୁ ବିଷ ଦେଇ ଫାଶୀ ଲଗାଇଦେଲେ ଯୁବକ, ଋଣ ଭାରରେ ବୁଡିଥିବା ସୁଇସାଇଡ୍ ନୋଟ୍‌ରେ ଉଲ୍ଲେଖ

24/08/2022 at 10:55 AM

ଇନ୍ଦୋର ୨୪।୮: ମଧ୍ୟପ୍ରଦେଶ ଇନ୍ଦୋରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ପ୍ରଥମେ ନିଜ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଭାଗୀରଥପୁରାରେ ଥିବା ଭଡା ଘରୁ ଯୁବ ଇଞ୍ଜିନିୟର ଅମିତ ଯାଦବ, ସ୍ତ୍ରୀ ଟିନା, ୩ ବର୍ଷର ଝିଅ ଜିଆନି ଏବଂ ଦେଢ଼ ବର୍ଷର ପୁଅ ଦିବ୍ୟଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଋଣ ସୁଝି ନପାରିବା ଏହା ପଛର କାରଣ ବୋଲି କୁହାଯାଉଛି । ମୋବାଇଲ ଆପ ମାଧ୍ୟମରେ କରିଥିବା ଋଣ ପରିଶୋଧ ନ କରିପାରିବାରୁ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ମୋବାଇଲ୍ ଆପରେ ନେଇଥିବା ଋଣ ଯୋଗୁଁ ସେ ଚିନ୍ତା ଏବଂ ଡିପ୍ରେସନରେ ଥିବା ସୁସାଇଡ ନୋଟରେ ଲେଖିଥିବା ମଧ୍ୟ କୁହାଯାଉଛି ।

ଅମିତ ଯାଦବ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ । ତାଙ୍କ ପୈତୃକ ଘର ସାଗର ଅଞ୍ଚଳରେ । ସେ ଏଠାରେ ପରିବାର ସହ ପ୍ରାୟ ୩ ବର୍ଷ ହେବ ଭଡା ଘରେ ରହୁଥିଲେ । ନିକଟରେ ତାଙ୍କ ଶ୍ବଶୁରଘର ମଧ୍ୟ ରହିଛି । ସେଠାକୁ ସେମାନେ ପ୍ରାୟତଃ ଯାଉଥିଲେ ।

ଘଟଣାର ଗୋଟିଏ ଦିନ ପୂର୍ବରୁ ଅମିତ ଏବଂ ତାଙ୍କ ପୁରା ପରିବାର ଉଜୈନ ସ୍ଥିତ ମହାକାଳ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ସେହି ରାତିରେ ସମସ୍ତେ ଘରକୁ ଫେରି ଶୋଇଯାଇଥିଲେ । ପରଦିନ ସକାଳୁ କେହି ନ ଉଠିବାରୁ ପାଖ ପଡୋଶୀଙ୍କର ସନ୍ଦେହ ହୋଇଥିଲା । ଘରର କବାଟ ଖୋଲିବା ପରେ ୪ ଜଣଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା ।

ଅମିତ ଏକ ସୁଇସାଇଡ ନୋଟ ମଧ୍ୟ ଛାଡ଼ି ଯାଇଛନ୍ତି । ସୁଇସାଇଡ ନୋଟରେ ସେ ଅନେକ କମ୍ପାନୀରୁ ଋଣ ନେଇଥିବା ଉଲ୍ଲେଖ କରିଛନ୍ତି । ସେହି ଋଣ ପାଇଁ ସେ ବହୁତ ଚିନ୍ତାରେ ଥିଲେ ବୋଲି ଲେଖିଛନ୍ତି ।

   Related Posts