scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୁବକଙ୍କୁ ଛୁରୀ ଭୁସୀ ଅତି ନୃଶଂସ ହତ୍ୟା, କାରଣ ଅସ୍ପଷ୍ଟ

25/12/2021 at 10:49 AM

କେନ୍ଦୁଝର ୨୫।୧୨: କେନ୍ଦୁଝରରେ ଯୁବକଙ୍କ ଛାତିରେ ଛୁରୀ ଭୁସୀ ଅତି ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ହେଲେ ଝାଡଖଣ୍ଡର ଯଶଓ୍ବନ୍ତ ବାଘେଲ । ଯଶଓ୍ବନ୍ତ ପଦ୍ମପୁର ସ୍ଥିତ ଏକ ଔଷଧ ଦୋକାନରେ ସେଲ୍ସମ୍ୟାନ ଭାବରେ କାମ କରୁଥିଲେ ।

ଶୁକ୍ରବାର ରାତିରେ ଯଶଓ୍ବନ୍ତ ଦୋକାନ ବନ୍ଦ କରିବା ପରେ  ମୋଟର ସାଇକେଲରେ ବିନାଯୋଡି ସ୍ଥିତ ଘରକୁ ଯାଉଥିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିଥିଲା । ଯଶଓ୍ବନ୍ତ ଛାତିରେ ଛୁରୀ ଭୁସୀ ହେବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ସେହି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts