oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର

2/08/2021 at 1:54 PM

ସୋର ୨।୮: ଭୋଜି କରିବାକୁ ଯାଇ ଆଉ ଫେରିଲେନି ଯୁବକ । ମେଡିକାଲରେ ମୃତ୍ୟୁ ହୋଇଥିବା ମିଳିଲା ଖବର । ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ । ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଚକବାରାହାପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଚକବାରାହାପୁର ଅଞ୍ଚଳର ଅନିରୁଦ୍ଧ ପଣ୍ଡାଙ୍କ ୨୨ ବର୍ଷର ପୁଅ ଜଗଜିତ ଗତ ୩୧ ତାରିଖ ଦିନ ତେଲିଆଗଞ୍ଜ ଅଞ୍ଚଳରେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ । ସାଙ୍ଗମାନେ ତାଙ୍କ ଘରକୁ ଆସି ଜଗଜିତକୁ ଡାକିନେଇଥିବା ପରିବାରଲୋକେ ପ୍ରକାଶ କରିଛନ୍ତି । ରାତିରେ ଜଗଜିତ ମେଡିକାଲରେ ଅଛି ବୋଲି ପରିବାର ଲୋକେ ଖବରପାଇଥିଲେ । ମେଡିକାଲ ଯାଇ ଜଗଜିତର ମୃତ୍ୟୁ ହୋଇଥିବା ପରିବାରଲୋକେ ଜାଣିବାକୁ ପାଇଥିଲେ। ଏସମ୍ପର୍କରେ ଜଗଜିତଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଜଗଜିତଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାର ମଧ୍ୟ ଅଭିଯୋଗ ହୋଇଛି।

   Related Posts