ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, ଭଡାଘରେ ରହି କରୁଥିଲେ ଇଲେକ୍ଟ୍ରି କାମ

Published By : Prameya-News7 Bureau | July 09, 2022 IST

ସୁନ୍ଦରଗଡ ୯: ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ରାଜବାଟିରେ ଯୁବକଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ଆତ୍ମହତ୍ୟା । ବଣାଇରୁ ଆସି ସୁନ୍ଦରଗଡ ଟାଉନରେ ଘର ଭଡାରେ ରହି ଏଠାରେ ଇଲେକ୍ଟ୍ରି କାମ କରୁଥିଲେ ।

ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସକାଳୁ ଉଠି ନଥିବାରୁ ଘର ପାଖ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଖୋଲିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ମୃତ ଯୁବକଙ୍କ ନାଁ ଅରୁଣ ଭୋଇ । ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.