ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | July 05, 2022 IST

ଚୌଦ୍ବାର ୫।୭: ଜଙ୍ଗଲରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ସୋମବାର ରାତିରେ ଯୁବକ ଜଣଙ୍କ ଡ୍ୟୁଟିରେ ଥିବାବେଳେ ମଙ୍ଗଳବାର ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଚୌଦ୍ବାର ସ୍ଥିତ ଏକ ଘରୋଇ ସଂସ୍ଥା ନିକଟ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ନାଁ କାଳିଆ ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ଟାଙ୍ଗୀ ଏଞ୍ଜୁଆରେ ବୋଲି ଜଣାପଡ଼ିଛି ।

ଯୁବକ ଜଣଙ୍କ ସୁପର ଭାଇଜର ଭାବେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସୋମବାର ରାତିରେ ଯୁବକ ଜଣଙ୍କ ନିଜ ଡ୍ୟୁଟିରେ ଥିଲେ । ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.