suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

28/09/2020 at 9:22 AM

ଆନନ୍ଦପୁର ୨୮।୯: ବେକରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝର ଜିଲ୍ଲା ରମଚନ୍ଦ୍ରପୁର ଥାନା କଣ୍ଟାବଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଗାଁର ମଦନ ଜେନାଙ୍କ ପୁଅ ପବିତ୍ର ମୋହନ । ଆତ୍ମହତ୍ୟାର କାରଣ ସମ୍ପର୍କରେ କୌଣସି ସଠିକ୍ ତଥ୍ୟା ମିଳିପାରି ନାହିଁ ।  ତେବେ ପାରିବାରିକ କଳହକୁ କେନ୍ଦ୍ରକରି ପବିତ୍ର ଏପରି  କରିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ପବିତ୍ର ଘରୁ ବାହାରି ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ରାତିରେ ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ଗଛରୁ ଉଦ୍ଧାର ପରେ ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts