ବିବାହ ମଣ୍ଡପ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ଅସ୍ପଷ୍ଟ

Published By : Prameya-News7 Bureau | September 18, 2021 IST

ଭୁବନେଶ୍ବର ୧୮।୯: ବିବାହ ମଣ୍ଡପରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ବିବାହ ମଣ୍ଡପ ପରିସରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ୨୬ ବର୍ଷ ବୟସ୍କ ପ୍ରକାଶ ବଳ । ତାଙ୍କ ଘର ଯାଜପୁର ଅଞ୍ଚଳରେ । ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନଥିବା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବ । ସେପଟେ ହତ୍ୟା ଅଭିଯୋଗ ଆଣିବା ପରେ ହତ୍ୟା ମାମଲା ରୁଜୁ କରିଛି ଇନଫୋସିଟି ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ବିବାହ ମଣ୍ଡପରେ କାମ କରନ୍ତି । ଶୁକ୍ରବାର ମଧ୍ୟାହ୍ନରେ ବିବାହ ମଣ୍ଡପରେ ଆସି ବସିଥିବା ସହକର୍ମୀ ଦେଖିଥିଲେ ।  ଅପରାହ୍ନରେ ସହକର୍ମୀମାନେ ପ୍ରକାଶକୁ ଫୋନ୍‌ କରିଥିଲେ ବି ତାଙ୍କ ଫୋନ୍‌ ଲାଗିନଥିଲା । ସନ୍ଧ୍ୟାରେ କାମ ରହିଥିବାରୁ ସହକର୍ମୀମାନେ ଖୋଜା ଖୋଜି କରି ବିବାହ ମଣ୍ଡପରେ ଆସି ଦେଖିବା ବେଳକୁ ପ୍ରକାଶ ଫ୍ୟାନରେ ଝୁଲୁଥିଲେ । ଥାନାକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ପ୍ରଶାନ୍ତଙ୍କ ଗୋଡ଼ ତଳେ ଲାଗିଥିବାରୁ ପୋଲିସର ସନ୍ଦେହ ସେଥିପାଇଁ ଆହୁରି ବଢିଯାଇଛି । କିଏ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଥାଏ ବୋଲି ସନ୍ଦେହ କରାଯାଉଛି । ଘଟଣାର ଅଧିକ ତଦନ୍ତ ପୋଲିସ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.