ଗାଁ ମଶାଣିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ୩ମାସ ପୂର୍ବରୁ ସ୍ତ୍ରୀଙ୍କର ହୋଇଥିଲା ମୃତ୍ୟୁ

Published By : Prameya-News7 Bureau | December 29, 2019 IST

କଳାହାଣ୍ଡି ୨୯।୧୨: କଳାହାମ୍ଡିରେ ମଶାଣିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

{"id":204006,"sizeSlug":"large"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିଜମରା ମଶାଣିରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ବିଜମରା ଗାଁର ଦୁର୍ଯ୍ୟୋଧନ ବାଗ୍ । ତାଙ୍କ ବୟସ ୪୧ ବର୍ଷ । ମୃତକଙ୍କ ସ୍ତ୍ରୀର ତିନି ମାସ ତଳେ ମୃତ୍ୟୁ ହୋଇଥିଲା । ମୃତକ ଅବସାଦରେ ରହୁଥିବା ପରିବାର ଲୋକ କହିଛନ୍ତି । ତେଣୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.