ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | July 24, 2019 IST

ରାଇରଙ୍ଗପୁର ୨୪|୭: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନରେ ଥିବା ନାଗଭଣ ଗ୍ରାମରେ। ମୃତକ ଜଣକ ହେଲେ ସେହି ଗ୍ରାମର ଗଣେଶ ବୈଠାଙ୍କ ପୁଅ ଦେବ କୁମାର ବୈଠା ।

{"id":136758}

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ଘରେ ଚା ପିଇ ସାରି ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ ଦେବ କୁମାର ବୈଠା। ତେବେ ତାଙ୍କୁ ଘର ଲୋକେ ଏକ ଗାମୁଛାରେ ଝୁଲୁଥିବା ଦେଖି ତୁରନ୍ତ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଇରଙ୍ଗପୁର ଟାଉନ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.