ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ମା’ଙ୍କ ହତ୍ୟା ପରେ ରହୁଥିଲେ ମାନସିକ ଚାପରେ

Published By : Prameya-News7 Bureau | November 21, 2019 IST

ରାଇରଙ୍ଗପୁର ୨୧।୧୧: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ଜଣକ ହେଲେ ଜାମଦା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ରାଜେଶ ମୁର୍ମୁ । ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":187534,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଗୋହିରା ଗାଁ ମୁଣ୍ଡ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ଜଣକ ହେଲେ ଜାମଦା ଥାନା ଅନ୍ତର୍ଗତ ମଧୁପୁର ଗାଁର ରାଜେଶ ମୁର୍ମୁ । ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ରାଜେଶ ମୁର୍ମୁଙ୍କ ମା’ଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିଲା । ମା’ଙ୍କ ମୃତ୍ୟୁ ପରେ ରାଜେଶ ଭାଙ୍ଗିପଡିଥିଲେ ଓ ଅଧିକାଂଶ ସମୟରେ ମାନସିକ ଚାପରେ ରହୁଥିଲେ ।

{"id":187533,"sizeSlug":"large"}

ତେବେ ଆଜି ଜାମଦା ଥାନା ପୋଲିସ ଗୋହିରା ଗାଁରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ପରେ ରାଜେଶଙ୍କ ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ସହ ରାଜେଶ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.