ହତ୍ୟା ନା ଆତ୍ମହତ୍ୟା ? ସ୍କୁଲ ପରିସରରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର ୧୨|୭: ହତ୍ୟା ନା ଆତ୍ମହତ୍ୟା । ଏୟାଫିଲ୍ଡ ଥାନା ଅଧିନ ପୋଖରୀପୁଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଯୁବକ ବେକରେ ରସି ଲାଗି ଝୁଲୁଥିବା ଅବସ୍ଥାରେ ଥିବା ଲୋକ ଦେଖିବାକୁ ପାଇଥିଲେ । ଯୁବକଙ୍କ ନାଁ ନାରାୟଣ ଜେନା । ଘର ବାଲିପାଟଣା ଅନ୍ତର୍ଗତ ବାଲିଆମାଳ ଗାଁରେ । ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

{"id":132947}

ହତ୍ୟା ନା ଆତ୍ମହତ୍ୟା ? ଯଦି ଆତ୍ମହତ୍ୟା ? ତେବେ କାହିଁକି ଏହି ଯୁବକ କଲେ ଆତ୍ମହତ୍ୟା । ଆଉ ଯଦି ହତ୍ୟା । ତେବେ କିଏ ଏବଂ କାହିଁକି କଲା ହତ୍ୟା । ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ରେଡ ଟି ସାର୍ଟ ସହ ଡେନିମ କଲର ଜିନ୍ସ ପିନ୍ଧିଥିବା ଯୁବକଟି ବେକରେ ରସି ଲାଗାଇ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିଲା । ପକେଟରେ ମୋବାଇଲ ଫୋନ ବି ରହିଛି । ଘଟଣାଟି ଘଟିଛି ଏୟାରଫିଲ୍ଡ ଥାନା ଅଧିନ ପୋଖରୀପୁଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ।

{"id":132948}

ଆଜି ସକାଳୁ ସକାଳୁ ସ୍କୁଲ ପରିସରରେ ଥିବା ଏକ ଗଛରେ ଜଣେ ଯୁବକ ରସି ଯୋଗେ ଝୁଲନ୍ତା ଅବସ୍ଥାରେ ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଶବ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଯୁବକଟିର ପକେଟରୁ ମିଳିଥିବା ଡ୍ରାଇଭିଂ ଲାଇସେନ୍ସରୁ ବହୁ ତଥ୍ୟ ସାମ୍ନାକୁ ଆସିଛି । ଯୁବକଙ୍କ ନାଁ ନାରାୟଣ ଜେନା । ଘର ବାଲିପାଟଣା ଅନ୍ତର୍ଗତ ବାଲିଆମାଳ ଗାଁରେ । ଘଟଣାଟି ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

{"id":132950}

ସେପଟେ ଘଟଣାର ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ପ୍ରଶ୍ନ ଉଠୁଛି ସ୍କୁଲଟି ତାଲା ପଡିଥିବା ସମୟରେ ନାରାୟଣ ଭିତରକୁ ଗଲେ କେମିତି ? ଘଟଣାଟି ଗୁରୁବାର ରାତିରେ ଘଟିଥାଇ ପାରେ ବୋଲି ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ଅନ୍ୟପଟେ ନାରାୟଣ ସେଠାକୁ ନିଜେ ଯାଇ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କିଏ ଜୋରଜବରଦସ୍ତି ହତ୍ୟା କରି ଏଠି ଆଣି ଟାଙ୍ଗି ଦେଇଛି  ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ । ଏହାକୁ ନେଇ ତଦନ୍ତ ଆରମ୍ଭ କରି ଦେଇଛି କମିଶନରେଟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.