scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାଉଜ ସହ ପ୍ରେମ ସମ୍ପର୍କ ପଡ଼ିଲା ମହଙ୍ଗା : ହତ୍ୟା କରି ଜଙ୍ଗଲରେ ଟାଙ୍ଗିଦେଲେ !

29/09/2023 at 5:55 PM

ବାଙ୍କୀ ୨୯।୯: ବାଙ୍କୀ ଅଞ୍ଚଳରେ ଚାଞ୍ଚଲ୍ୟ । ଭାଉଜ ସହ ପ୍ରେମ ସମ୍ପର୍କ ରଖିବା ପଡ଼ିଲା ମହଙ୍ଗା । ଭାଉଜ ଘର ଲୋକେ ଭୋଜି କରିବା ବାହାନାରେ ଘରକୁ ଡ଼ାକି ନିଶା ଦେଇ ହତ୍ୟା କରି କାଜୁ ଗଛରେ ଟଙ୍ଗାଇ ଦେଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ବାପା ଆଉ ଭଉଣୀ । ମୃତକଙ୍କ ଘର ପଶାଣିଆ ଗ୍ରାମରେ ।

ମୃତକଙ୍କ ପରିବାର ଲୋକେ କହିବା ଅନୁସାରେ ତାଙ୍କ ବଡ ପୁଅ ସମୀର ପ୍ରଧାନ ଉପର କନ୍ତକାଇ ଗ୍ରାମର ୮ ମାସ ପୂର୍ବେ ବିବାହ କରିଥିଲେ । ପରେ ଭାଉଜଙ୍କ ସହ ସମ୍ପର୍କ ରଖିଥିଲା ସାନ ଦିଅର । ଭାଉଜଙ୍କ ଘର ଲୋକେ ଜାଣିବା ପରେ ସହି ନପାରି ସମ୍ପତ୍ତି ଲୋଭରେ ଏପରି ଘରକୁ ଡାକି ନେଇ ହତ୍ୟା କରି କାଜୁ ଗଛରେ ଟାଙ୍ଗି ଦେଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବୈଦେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ।

You Can Read :

   Related Posts