ମରି ଯାଇଥିବା ଭାବି ୧୨ ବର୍ଷ ପୂର୍ବେ ଅନ୍ତିମ ସତ୍କାର କରିଦେଇଥିଲେ ଘରଲୋକ: ପାକିସ୍ତାନ ଜେଲରେ ଅଛନ୍ତି ନିଖୋଜ ଯୁବକ

Published By : Prameya-News7 Bureau | December 16, 2021 IST

ଚୌସା ୧୬/୧୨ : ବିହାର ଚୌସାରୁ ୧୨ ବର୍ଷ ପୂର୍ବରୁ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ନିଖୋଜ ଯୁବକଙ୍କ ପରିବାର ଓ ଆତ୍ମିୟ ସ୍ୱଜନ ସେ ମରି ଯାଇଥିବା ଭାବି ତାଙ୍କର ଅନ୍ତ୍ୟୋଷ୍ଟି କ୍ରିୟା ମଧ୍ୟ କରି ସାରି ଥିଲେ। ହଜି ଯାଇଥିବା ଯୁବକ ପାକିସ୍ତାନର ଜେଲରେ ବନ୍ଦି ଭାବେ ଅଛନ୍ତି। ଏହି ବ୍ୟକ୍ତିଙ୍କ ପରିଚୟ ଛବି ମୁସହର ହୋଇଥିବା ବେଳେ ତାଙ୍କ ଘର ନଗର ପଞ୍ଚାୟତର ଖିଲାଫତପୁରରେ ରହିଛି। ସେ ଜୀବିତ ଥିବା ଶୁଣି ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି

ମୁଫାସିଲ ଥାନାଧିକାରୀ କହିଛନ୍ତି ବିଦେଶ ବିଭାଗରୁ ଏକ ଚିଠି ଗତ ଦୁଇଦିନ ତଳେ ଏସପି ଙ୍କ କାର୍ଯ୍ୟାଳକୁ ଆସିଛି। ପାକିସ୍ଥାନ ଜେଲରେ ଛବି ମୁସହର ନାମକ ଜଣେ ଯୁବକ ଏବେ ବନ୍ଦି ଭାବେ ରହୁଛନ୍ତି । ତାଙ୍କ ଘର ମୁଫାସିଲ ଥାନା ଅଧୀନ ଖିଲାଫତପୁର ଗାଁରେ ବୋଲି  ଉଲ୍ଲେଖ କରାଯାଇଛି। ତାଙ୍କୁ ଯେତେବେଳେ ତାଙ୍କ ଠିକଣା ପଚରାଗଲା  ସେ ତାଙ୍କଘର ବିହାର ର ବକ୍ସର ଜିଲ୍ଲା ଖିଲାଫତପୁର ଗାଁରେ ବୋଲି କହିଥିଲେ।

{"id":560571,"width":771,"height":433,"sizeSlug":"full","linkDestination":"none"}

ଏବେ ଛବିଙ୍କୁ ୩୨- ୩୩ ବର୍ଷ ହେବ । ସେ ୧୨ବର୍ଷ ପୂର୍ବରୁ କୁଆଡ଼େ ହଜିଯାଇଥିଲେ। ତାଙ୍କ ପରିବାର ଓ ବନ୍ଧୁ ବାନ୍ଧବ ବହୁତ ଖୋଜା ଖୋଜି ପରେ ତାଙ୍କୁ ପାଇଲେ ନାହିଁ। ଶେଷରେ ସେ ମରି ଯାଇଥିବା ଭାବି ତାଙ୍କ ଘର ଲୋକ ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରିସାଥିଲେ। ଛବି ପୂର୍ବରୁ ବିବାହ କରିଥିଲେ।   ତାଙ୍କର ସ୍ତ୍ରୀ ଓ ପିଲା ମଧ୍ୟ ଅଛନ୍ତି।  

ଥାନାଧିକାରୀ କହିଛନ୍ତି ଛବିକୁ ଖିଲାଫତପୁରରେ ଥିବା ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ତାଙ୍କର ଗୋଟିଏ ଫଟୋବି ପୋଲିସ କୁ ଦେଇଛନ୍ତି। ଏହାର ଯାଞ୍ଚ ରିପୋର୍ଟ ବରିୟ ଅଧିକାରୀଙ୍କୁ ପଠାଯିବ। ଏହି ଖବର ଶୁଣି ଛବି ମାଆ ଓ ଭାଇ ଖୁସି ହୋଇଯାଇଛନ୍ତି ଏବଂ ଏହି ଖବର ସତ ହୋଇଥାଉ ବୋଲି ଆଶା କରୁଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.