ବୋଲଗଡ ଷ୍ଟେସନ ନିକଟରେ ଟ୍ରେନରେ କଟି ଯୁବକ ମୃତ : ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | June 08, 2019 IST

ଖୋର୍ଦ୍ଧା - ବଲାଙ୍ଗିର ରେଳପଥର ବୋଲଗଡ ଷ୍ଟେସନ ପାଖରେ ଆଜି ସକାଳେ ଟ୍ରେନ୍ ଲାଇନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଲିପୁ ଦାସ । ଲିପୁଙ୍କ ବୟସ ୨୫ ବର୍ଷ । ତାଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ପଥରପୁଜି ଗାଁରେ । ପାରିପାର୍ଶ୍ବିକ ପରିସ୍ଥିତିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବୋଲଗଡ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.