ପରିତ୍ୟକ୍ତ କୂଅରେ ପଡି ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | September 29, 2019 IST

ବ୍ରହ୍ମପୁର ୨୯।୯: ବ୍ରହ୍ମପୁରରେ ଅଘଟଣ। ସହରର ବିଦ୍ୟୁତପୁର କଲୋନୀର ଏକ ପରିତ୍ୟକ୍ତ କୂଅରେ ପଡି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଅମ୍ବିକା ପ୍ରସାଦ ପାଢୀ। କେଉଁ ପରିସ୍ଥିତିରେ କେମିତି କୂଅ ଭିତରେ ପଡିଲେ ସେ ନେଇ ସନ୍ଦେହ ସୃଷ୍ଟି କରିଛି। ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି। ଏ ନେଇ ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତ ରାୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.