ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 20, 2018 IST

କୋଣାର୍କ ୨୦/୮ : କୋଣାର୍କ ଗୋପ ଥାନା ତଳନଈ ବଜାର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି | ମୃତକ ଜଣକ ହେଲେ ନିରଞ୍ଜନ ବେହେରା | କୋଣାର୍କ ବାଲିଘାଇ ଗୋପ ଥାନା ଅନ୍ତର୍ଗତ ଜାଉଁଳିପୋଖରୀରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି l ସୂଚନା ଅନୁଯାୟୀ, ଗୋପ ଥାନା ଅନ୍ତର୍ଗତ ବେଗୁନିଆ ଗ୍ରାମର ନିରଂଜନ ବେହେରା ଗତକାଲି ରାତିରେ ଘରକୁ ଫେରିନଥଲେ l ପରିବାର ଲୋକେ ସକାଳୁ ଖବର ପାଇଲେ ନିରଂଜନର ମୃତ ଦେହ ଜାଉଁଳିପୋଖରୀ ରାସ୍ତାରେ ପଡ଼ିରହିଛି l ପରିବାର ତରଫରୁ ନିରଂଜନକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରାଯାଉଥିବା ବେଳେ ପୋଲିସ ପହଂଚି ନଥିବାକୁନେଇ ଗ୍ରାମବାସୀ ମାନେ ବାଲିଘାଇ ଗୋପ ରାସ୍ତା ଅବରୋଧ କରିଛନ୍ତି l ତେବେ ଏହା ଦୁର୍ଘଟଣା ନା ହତ୍ୟା ତାହା ସନ୍ଦେହ ଘେରରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି | ଉତ୍ୟକ୍ତ ଲୋକେ ତଦନ୍ତ ଜିଦରେ ରାସ୍ତା ଅବରୋଧ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.