ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କବାଡ଼ିଆଠୁ କିଣିଥିଲେ ପୁରୁଣା ଏଟିଏମ୍‌ ମେଶିନ୍‌, ଏତେ ଟଙ୍କା ବାହାରିଲା ଯେ, ହୋଇଗଲେ ଲକ୍ଷପତି

5/10/2021 at 4:59 PM

ନୂଆଦିଲ୍ଲୀ, ୦୫/୧୦: ଦେଶରେ ଲୋକ ସଂଖ୍ୟା ବଢ଼ିବା ସହିତ ବ୍ୟାଙ୍କଗୁଡ଼ିକରେ ଆକାଉଣ୍ଟ ମଧ୍ୟ ସେହି ଖୋଲା ଯାଉଛି । ଯାହାଫଳରେ ଟଙ୍କା ଡିପୋଜିଟ୍‌ ଏବଂ ଉଠାଣ ପାଇଁ ପ୍ରବଳ ଗହଳି ହେଉଛି । ଏଥିରୁ ମୁକ୍ତି ପାଇବା ପାଇଁ ଆକାଉଣ୍ଟଧାରୀ ଏଟିଏମ୍‌ ମେଶିନ୍‌ର ବ୍ୟବହାର କରୁଛନ୍ତି । ଏହା ସହଜ ଏବଂ ସୁବିଧା ମଧ୍ୟ ହେଉଛି । ସେହିଭଳି ଏଟିଏମ୍‌କୁ ନେଇ ଏକ ରୋଚକ ଘଟଣା ଏବେ ସମ୍ନାକୁ ଆସିଛି । କିଛି ଯୁବକ ଜଣେ କବାଡ଼ିଆ ଠାରୁ ଏକ ପୁରୁଣା ଏଟିଏମ୍‌ କିଣି ମାଲେମାଲ୍‌ ହୋଇଯାଇଛନ୍ତି । ସେମାନେ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ପାଇଛନ୍ତି । କିଣିଲା ବେଳେ ସେମାନେ କେବେ ଭାବି ନଥିଲେ ଯେ ଏଭଳି ଘଟଣା ଘଟିବ । ଖାଲି ସେତିକି ନୁହେଁ ଏହି ସମୟର ଭିଡିଓ ମଧ୍ୟ ସେମାନେ ସେୟାର କରିଛନ୍ତି ।

ଇଣ୍ଡିଆ ଟାଇମ୍ସର ଏକ ରିପୋର୍ଟ ମୁତାବିକ, ଏହି ଯୁବକମାନେ ପ୍ରଥମେ ପୁରୁଣା ଏଟିଏମ୍‌ କିଣିଥିଲେ । ସମସ୍ତେ ମିଶି ଏହାକୁ ଚେକ୍‌ କରିଥିଲେ । ସେମାନଙ୍କୁ ଲାଗିଥିଲା ଯେ ଏଟିଏମ୍‌ ଭିତରେ ବୋଧେ ଟଙ୍କା ରହିଛି । ପରେ ସେମାନେ ଏହାର ମେଟାଲ୍‌ ବକ୍ସକୁ ଖୋଲିଥିଲେ । ସେଥିରୁ ୨୦୦୦ ଡଲାର ବା ପାଖାପାଖି ଦେଢ଼ ଲକ୍ଷ ଟଙ୍କା ମିଳିଥିଲା ।

ଏହି ଏଟିଏମ୍‌କୁ ଜଣେ କବାଡ଼ିଆ ଯୁବକ କିଣିଥିଲେ । ସେ ଏହି ପୁରୁଣା ଏଟିଏମ୍‌ କିଣା କିଣି ବ୍ୟବସାୟ କରିଥାନ୍ତି । ସେ ଏହାକୁ କବାଡ଼ିଆକୁ ବିକ୍ରି କରିଥାନ୍ତେ । କିନ୍ତୁ ମଜାକ୍‌ ମଜାକ୍‌ରେ ଉକ୍ତ ଯୁବକମାନେ ଏହାକୁ କିଣିଥିଲେ । ସେମାନଙ୍କର ସନ୍ଦେହ ହେବାରୁ ସେ ଏହାକୁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଲକ୍‌ର ଚାବି ନଥିବାରୁ ଏହାକୁ ସେମାନେ ହାତୁଡ଼ାରେ ବାଡ଼େଇ ଭାଙ୍ଗିଥିଲେ । ଫଳରେ ଏଥିରେ ଥିବା ଟଙ୍କା ତାଙ୍କୁ ମିଳିଥିଲା ।     

   Related Posts