ବନ୍ଧୁଙ୍କ ସହ ଖାଇବାକୁ ଯାଇଥିଲେ ହୋଟେଲ ; ହୋଟେଲ ଛାତରୁ ପଡି ଯୁବକଙ୍କ ମୃତ୍ୟୁ
12/11/2018 at 2:03 PM

ସିମଲା ୧୨/୧୧ : ହିମାଚଳ ପ୍ରଦେଶର ନାହନ ଅଂଚଳରେ ରବିବାର ରାତିରେ ଜଣେ ଯୁବକ ହୋଟେଲ ଛାତରୁ ଡେଇଁ ପଡିଲେ | ଡେଇଁବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ତଳେ ପଡିବାପରେ ସେ ଗୁରୁତର ଆହତ ହୋଇଯାଇଥିଲେ | ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଚଣ୍ଡୀଗଡ଼ ପିଜିଆଇଏମଏସକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ଯୁବକ ଜଣକ କାହିଁକି ଏଭଳି କଲେ ପୋଲିସ ତାହା ତଦନ୍ତ କରୁଛି |
ସୂଚନାଯୋଗ୍ୟ ଯେ, ଯୁବକ ଜଣକ ନାହନ ଅଂଚଳର ଜଣେ ବ୍ୟାକେରି ବ୍ୟବସାୟୀ ରାମ କୁମାର ସୋନିଙ୍କ ୨୨ ବର୍ଷ ବୟସ୍କ ଶୁଭମ ସୋନି | ରାବିରା ରାତିରେ ସେ ତାଙ୍କର କିଛି ବନ୍ଧୁଙ୍କ ସହ ସେଠାକାର ଏକ ନାମୀ ହୋଟେଲକୁ ଖାଇବା ପାଇଁ ଯାଇଥିଲେ | କିନ୍ତୁ ସେହି ହୋଟେଲ ଛାତରୁ ସେ ଡେଇଁ ପଡ଼ିଥିଲେ | ତେବେ ପୋଲିସ ତଦନ୍ତ କରୁଛି ଯେ, ଯୁବକ ଜଣକ ହୋଟେଲ ଛାତରୁ ପଡିଯାଇଥିଲେ ନା ନିଜେ ଜାଣିଶୁଣି ଡେଇଁ ପଡ଼ିଥିଲେ | ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି | ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଡିଏସ୍ପି ହେଡ଼ କ୍ଵାଟର ବବିତା ରାଣା ସୂଚନା ଦେଇଛନ୍ତି |