Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାତିରେ ଯୁବତୀଙ୍କ ପିଜିରେ ପଶି ଅଶ୍ଳୀଳ ବ୍ୟବହାର କରୁଥିଲା ଯୁବକ : ପୁରା ଘଟଣା ସିସିଟିଭିରେ କଏଦ

20/06/2019 at 1:35 PM

ଅହମଦାବାଦ ୨୦/୬ : ଅହମଦାବାଦ ପୋଷ ଅନ୍ତର୍ଗତ ନବରଂଗପୁରା ସିଜି ରୋଡ଼ରେ ଥିବା ଏକ ପିଜି (ଲେଡ଼ିଜ ହଷ୍ଟେଲ)ରେ ରାତିରେ ଏକ ଅଜଣା ଯୁବକ ପଶିଯାଇଥିଲା । ହଷ୍ଟେଲ ଭିତରକୁ ପଶି ହଲରେ ଶୋଇଥିବା ଯୁବତୀଙ୍କ ସହ ଯୁବକ ଅଶ୍ଳୀଳ ବ୍ୟବହାର କରିଥିଲା । ହଲରେ ସିସିଟିଭି କ୍ୟାମେରା ଲାଗିଥିଲା । ଯୁବକର ସମସ୍ତ ଅଶ୍ଳୀଳ ବ୍ୟବହାର କ୍ୟାମେରାରେ କଏଦ ହୋଇଛି ।

ଘଟଣା ଜୁନ ୧୪ତାରିଖ ରାତି ଗୋଟାଏ ବେଳେ ଘଟିଥିଲା । କିନ୍ତୁ ଲୋକଲଜ୍ଜା ଡରରେ ଯୁବତୀମାନେ ପୋଲିସରେ ଅଭିଯୋଗ ନକରି ଚୁପ ରହିଥିଲେ । କିନ୍ତୁ ଘଟଣାର ସିସିଟିଭି ଭାଇରାଲ ହୋଇଯାଇଥିଲା । ଭିଡିଓ ଭାଇରାଲ ହେବାପରେ ଗୁଜରାଟ ମହିଳା ଆୟୋଗ ତଦନ୍ତ ନିର୍ଦେଶ ଦେଇଛନ୍ତି । ଗୁଜରାଟ ମହିଳା ଆୟୋଗ ଅହମଦାବାଦ କମିଶନରଙ୍କୁ ଏହି ମାମଲାର ରିପୋର୍ଟ ମାଗିଛନ୍ତି । ସିସିଟିଭି ଫୁଟେଜ ଭାଇରାଲ ହେବାପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । 

ଘଟଣାପରେ ପିଜିରେ ରହୁଥିବା ଯୁବତୀମାନେ ଭୟଭୀତ ଅଛନ୍ତି । ପିଜିଟି ୪ମହଲା ବିଶିଷ୍ଟ । ତଳ ମହଲାରେ କିଛି ଲୋକ ନିଜ ପରିବାର ସହ ଭଡାରେ ରୁହନ୍ତି । ଉପର ମହଲାରେ ଯୁବତୀମାନେ ରୁହନ୍ତି । ପିଜିରେ ୧୯ଜଣ ଯୁବତୀ ରୁହନ୍ତି ।

ଯେଉଁ ମହିଳା ବାହାରେ ଶୋଇଥିଲେ ସେ କେୟାର ଟେକର । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଔଷଧ କହି ଶୋଇପଡ଼ିଥିଲେ । ଯେଉଁଥିପାଇଁ ଯୁବକ ପିଜି ଭିତରକୁ ଆସିବା ସେ ଜାଣିପାରିନଥିଲେ । ଆଉ ଜଣେ ଯୁବତୀ ହଠାତ ଉଠି ଦେଖିଲେ ଯୁବକ ହଲ ଭିତରେ ଅଶ୍ଳୀଳ ବ୍ୟବହାର କରୁଛି । କିନ୍ତୁ ଯୁବତୀଙ୍କୁ ଦେଖୁ ଅଭିଯୁକ୍ତ ଯୁବକ ସେଠାରୁ ପଳାଇଥିଲା । 

ପିଜିର ମାଲିକ ସନ୍ନି ସିଂହଙ୍କ କହିବାନୁଯାୟୀ, ସେଠାରେ ଜଣେ ସିକ୍ୟୁରିଟି ଗାର୍ଡ ନିୟୋଜିତ କରାଯାଇଛି > କିନ୍ତୁ ଘଟଣା ଦିନ ସେ ଛୁଟି ନେଇ ନିଜ ଘରକୁ ଯାଇଥିଲେ । କିନ୍ତୁ ୧୪ ତାରିଖ ଘଟିଥିବା ଘଟଣା ପରେ ସେଠାରେ ଦୁଇଜଣ ସିକ୍ୟୁରିଟି ଗାର୍ଡ ନିୟୋଜିତ କରାଯାଇଛି ।

ପୋଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ଉକ୍ତ ୪ ମହଲା ବିଶିଷ୍ଟ କୋଠାକୁ ଦିନକୁ କେତେ ଲୋକ ଯିବା ଆସିବା କରନ୍ତି ସେନେଇ ପୋଲିସ ତଦନ୍ତ କରୁଛି । ପୋଲିସ ଆଖପାଖ ଅଂଚଳର ସିସିଟିଭି ମଧ୍ୟ ଯାଞ୍ଚ କରୁଛି ।

   Related Posts