scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବିଶ୍ବକପ୍‌ରେ ଭାରତର ପରାଜୟ ସହିନପାରି ଆତ୍ମହତ୍ୟା ସନ୍ଦେହ

20/11/2023 at 12:48 PM

ଯାଜପୁର ୨୦।୧୧: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ କ୍ରିକେଟ୍‌ପ୍ରେମୀ ହୋଇଥିବା ବେଳେ ଭାରତ ବିଶ୍ବକପ୍ ହାରିଲା ପରେ ଜୀବନ ହାରିଥାଇପାରନ୍ତି ବୋଲି କୁହାଯାଉଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳ ସାହିର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳ ସାହିର ନୀଳମଣି ଦାସଙ୍କ ସାନ ପୁଅ ଦେବରଞ୍ଜନ ଦାସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୋମବାର ସକାଳୁ ପରିବାରଲୋକ ପଡୋଶୀ ଛାତରେ ଥିବା ଏକ ରଡ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିଥିଲେ । ଘରଲୋକ ସ୍ଥାନୀୟ ବିଟ୍ ହାଉସକୁ ଖବର ଦେଇଥିଲେ । ଖବର ପାଇ ବରୀ ବିଟ୍‌ ହାଉସର ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ପାଇଁ ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

You Can Read :

   Related Posts