ଚାନ୍ଦବାଲିରେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
9/10/2018 at 4:11 PM

ଚାନ୍ଦବାଲି ୯/୧୦ : ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତ ବେଗୁନିଆ ଗଁ।ରେ ବିଦ୍ୟୁତ ସଂସ୍ପର୍ଷରେ ଆସି ଜଣେ ୨୨ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି | ମୃତକ ହେଉଛନ୍ତି ଧତ୍ରେନ୍ଦ୍ର ପ୍ରଧାନଙ୍କ ପୁଅ ଅଜୟ କୁମାର ପ୍ରଧାନ । ଅଜୟ ନିଜ ଘରେ ବିଦ୍ୟୁତ ସରାମ ମରାମତି କରୁଥିବା ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ପରିବାର ଲୋକ ତାଙ୍କୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମୃତ ଅଜୟଙ୍କ ପରିବାର ଓ ଗଁ। ଲୋକଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023