ମୋହନା ୧୨।୨: ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କ କାଟଙ୍ଗପଡା ଗାଁରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ହେଲେ ବ୍ରାହ୍ମଣପଡା ଗାଁର ତ୍ରିଲୋଚନ ବେହେରଦଳାଇ l ଘଟଣାରେ ମୃତକଙ୍କ ମାଉସୀ ଗୁରୁତର ଆହତ ହୋଇଛନ୍ତି l
ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନ ସମୟରେ ତ୍ରିଲୋଚନ ଗାଧୋଇବା ପାଇଁ ନିକଟସ୍ଥ ନାଳକୁ ଯାଇଥିଲେ l ତେବେ ଯିବା ରାସ୍ତାରେ ତ୍ରିଲୋଚନଙ୍କୁ ବିଦ୍ୟୁତ ଆଘାତ ଲାଗିଯାଇଥିଲା l ସେଠାରେ ସେ ପଡି ରହିଥିବା ବେଳେ ମାଉସୀ ଯମୁନା କାର୍ଜି ତାଙ୍କୁ ଉଦ୍ଧାର କରିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ l ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ l ତେବେ ତ୍ରିଲୋଚନକୁ ଡାକ୍ତର ମୃତ ଘୋଷଣା କରିଛନ୍ତି l ମାଉସୀ ଯମୁନା ଗୁରୁତର ଥିବାବେଳେ ତାଙ୍କର ଚିକିତ୍ସା ଚାଲିଛି l ଆର. ଉଦୟଗିରି ଥାନା ପୋଲିସ ଘଟଣାର ତଦନ୍ତ କରୁଛି I