ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
2/11/2018 at 10:59 AM

କେନ୍ଦ୍ରାପଡା ୨|୧୧: ବାରହା ପାଇଁ ବିଛାଯାଇଥିଲା ଫାଶ, ହେଲେ ସେଥିରେ ପଡି ଯୁବକଙ୍କ ଜୀବନ ଯାଇଛି। କେନ୍ଦ୍ରାପଡା ମହାକାଳପଡା ଜମ୍ବୁ ପଞ୍ଚାୟତ ଅନ୍ତର୍ଗତ ପୂର୍ବପଡାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ମୃତ ଯୁବକ ହେଲେ ଜମ୍ବୁ ଅଞ୍ଚଳର ବିଜୁ ମିର୍ଦ୍ଧା । ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା । ଏଥିରେ ଲାଗି ଏକ ବାରାହାର ମଧ୍ୟ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଛନଭାନ କରୁଛି ।