scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ଯୁବକ, ଉଦ୍ଧାର ହେଲା ମୃତଦେହ

24/08/2023 at 4:51 PM

ଯାଜପୁର ରୋଡ୍ ୨୪।୮: ଯାଜପୁର ଜିଲ୍ଲା କୋରେଇ ଥାନା ତୁଳତୀ ଗ୍ରାମରେ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ସେହି ଗ୍ରାମର ମଣୀ ପଲେଇଙ୍କ ପୁଅ ନବୀନ ପଲେଇ ବୋଲି ଜଣାପଡିଛି । ଯୁବକ ଜଣଙ୍କ ପୋଖରୀରେ ଗାଧାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ନବୀନ ଗୁରୁବାର ମଧ୍ୟାହ୍ନରେ ଗ୍ରାମ ପୋଖରୀକୁ ଗାଧୋଇବାକୁ ଆସି ଆଉ ଘରକୁ ଫେରି ନଥିଲେ । ପରେ ଘର ଲୋକେ ଖୋଜାଖୋଜି କରିବା ସମୟରେ ପୋଖରୀ ତୁଠରେ ନବୀନଙ୍କ ଗାମୁଛା ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସେଠାରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିଥିଲେ । ବହୁ ସମୟ ପରେ ଶେଷରେ ଯୁବକକୁ ପୋଖରୀରୁ ଉଦ୍ଧାର କରାଯାଇ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

You Can Read :

   Related Posts