ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଲୁଣା ନଦୀରେ ବୁଡ଼ି ଯୁବକ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

8/11/2022 at 8:16 PM

କେନ୍ଦ୍ରାପଡ଼ା ୦୮/୧୧: କାର୍ତ୍ତିକ ପୁର୍ଣିମାରେ ନଦୀରେ ଡ଼ଙ୍ଗା ଭସାଇବା ବେଳେ ବୁଡ଼ିଗଲେ ଯୁବକ l ନିଖୋଜ ଯୁବକଙ୍କ ପରିଚୟ ସନ୍ତୋଷ କୁମାର ମିଶ୍ର। ସେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୂଳସାହି ଗାଁର ବାସିନ୍ଦା l ଯୁବକ ଜଣଙ୍କ ବୁଡ଼ିବା ସମୟର ଭିଡିଓ ଭାଇରାଲ ହୋଇଛିl ଦାନପୁର ଲୁଣା ନଦୀରେ ଡଙ୍ଗା ଭସାଇ ସାରି ଗାଧୋଇବା ବେଳେ ଗଭୀର ପାଣିକୁ ସନ୍ତୋଷ ଚାଲି ଯାଇଥିଲେl

ସେ ବୁଡ଼ିଯିବା ଦେଖି କିଛି ଯୁବକ ତାଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଯାଇଥିଲେ ମଧ୍ୟ ବିଫଳ ହୋଇଥିଲେ l ସନ୍ତୋଷ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରେ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛିl ସୂଚନାଥାଉକି, କିଛି ବର୍ଷ ପୂର୍ବେ ସନ୍ତୋଷଙ୍କ ବାପା ମଧ୍ୟ ଏହି ଲୁଣା-କରଣ୍ଡିଆ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।

   Related Posts