ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ ; ଯୁବକ ମୃତ

Published By : Prameya-News7 Bureau | February 22, 2019 IST

ଜଟଣୀ ୨୨|୨ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ ହୋଇଛି । ଛୁରାମାଡ ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।  ମୃତ ଯୁବକ ଜଣକ ହେଲେ ଜଟଣୀ ବିକାଶନଗର ଅଂଚଳର ରାକେଶ ତ୍ରିପାଠୀ ।  ରାକେଶ ନିଜ ଦାଣ୍ଡ ଦୁଆରେ ଠିଆ ହୋଇଥିବା ସମୟରେ ପଡୋଶୀ ଘରର ବଣିଆ ସାହୁ ଓ ତାଙ୍କର ତିନି ପୁଅ ମିଶି ଆକ୍ରମଣ କରିଥିବା କହିଛନ୍ତି ରାକେଶର ମାଆ ।  ଘଟଣାସ୍ଥଳରେ ଜଟଣୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.